Machha ambula jhola recipe in Odia | Kitchen Of Odisha
Home / Recipe / Machha ambula jhola recipe in Odia

Machha ambula jhola recipe in Odia

ପାଣିଆଖିଆ ମାଛ ଆମ୍ବୁଲ ଝୋଳ

ସାମଗ୍ରୀ

୧. ପାଣୀଆଖୀଆ ମାଛ – ୫୦୦ ଗ୍ରାମ୍
୨. ଆଳୁ ୨ଟା
୩. ସାରୁ: ୨ଟା
୪. ଅଦା, ରସୁଣ ବଟା: ୨ ଚାମଚ
୫. ପିଆଜ କଟା ୨ ଚାମଚ
୬. ସୋରିଷ ବଟା ୧ ଚାମଚ
୭. ଟମାଟୋ ବଟା ୧ ଚାମଚ
୮. ଫୁଟଣ ଅଧା ଚାମଚ
୯. ଲଙ୍କା ଗୁଣ୍ଡ ୧ ଚାମଚ
୧୦. ହଳଦୀ ଗୁଣ୍ଡ: ୧ ଚାମଚ
୧୧. ଅଳ୍ପ ଧନିଆପତ୍ର
୧୨. ଆମ୍ବୁଲ : ଖଣ୍ଡ
୧୩. ଆବଶ୍ୟକ ଅନୁସାରେ ତେଲ ଓ ଲୁଣ

paniakhia machha ambula jhola (ପାଣୀଆଖିଆ ମାଛ ଆମ୍ବୁଲ ଝୋଳ)
paniakhia machha ambula jhola (ପାଣୀଆଖିଆ ମାଛ ଆମ୍ବୁଲ ଝୋଳ)

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ପାଣିଆଖିଆ (ଭଲ ସ୍ବାଦ ପାଇଁ) ମାଛକୁ ଭଲ ଭାବରେ ଧୋଇ ଆବଶ୍ୟକ ଅନୁସାରେ ଲୁଣ ଓ ହଳଦୀ ପକାଇ ଗୋଳେଇ ଦିଅନ୍ତୁ | ଗ୍ୟାସ୍ ରେ କେଡେଇ ବସାଇ ତେଲ ପକାନ୍ତୁ | ତେଲ ଗରମ ହୋଇଗଲା ପାରେ ମାଛକୁ ଭାଜି ରଖନ୍ତୁ| ତା’ପରେ ଆଳୁ ଓ ସାରୁ କୁ ଧୋଇ ଦିଅନ୍ତୁ | ଚୋପା ଛାଡେଇ କାଟି ଭାଜି ଦିଅନ୍ତୁ | ପୁଣି କଡେଇରେ ଅଳ୍ପ ତେଲ ପକାନ୍ତୁ| ତେଲ ଗରମ ହେଲା ପରେ ଫୁଟଣ ପକାନ୍ତୁ | ତା’ପାରେ ସବୁ ମସଲା ବଟା , ହଳଦୀ ଗୁଣ୍ଡ , ଲଙ୍କା ଗୁଣ୍ଡ ପକେଇ କଷନ୍ତୁ | ମସଲା କଷି ସରିଲା ପରେ ସେଥିରେ ଆଳୁ ସାରୁ ଓ ଟମାଟୋ ବଟା ପକେଇ ଅଳ୍ପ ସମୟ କଷନ୍ତୁ | ଗୋଟିଏ ପାତ୍ରରେ ପାଣି ଗରମ କରୀ ରଖନ୍ତୁ କରି ହେଇଗଲା ପରେ ସେହି ଗରମ ପାଣି କୁ ସେଥିରେ ଦେଇ କିଛି ସମୟ ଫୁଟାନ୍ତୁ | ଆଳୁ, ସାରୁ ସିଝିଗଲା ପାରେ ମାଛ ଓ ଆମ୍ବୁଲ ପକାଇ ଦୁଇ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ | ତା’ପରେ ସେଥିରେ ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ |ପ୍ରସ୍ତୁତ ହୋଇଗଲା ମାଛ ଆମ୍ବୁଲ ଝୋଳ |

1.Cut the fish and clean it thoroughly.Add pinch of salt , turmeric powder and mix them well.
2.Take a frying pan on the gas,put some oil. When oil is heated fry the fish.
3.Now wash the potato and arum(saru),cut them into desired size and fry them.
4.Now take another pan,put some oil to it and allow to heat.Add phutan .Then add the prepared masala,turmeric powder and red chili powder to it.
5.Now add the potato and arum and tomato puree to it.Mix them and stir it for few minutes.
6.Check if the potato and arum are cooked well add the fish and dried mango pieces to it.Allow that on medium flame for 2-3 minutes.
7.Take out the preparation and garnish it with coriander leaves.Serve with rice.

For more odia recipe please visit moodisha
You can submit your recipe with photos or videos to moodisha.in@gmail.com

About healthodisha

Check Also

Yummy Cup Cake by Prabhati Sahoo kitchen of odisha

Yummy Cup Cake by Prabhati Sahoo kitchen of odisha

Yummy Cup Cake by Prabhati Sahoo kitchen of odisha Ingredients Maida_150gm Butter _25gm (home made) …

Leave a Reply

Your email address will not be published. Required fields are marked *